ଶ୍ରୀମନ୍ଦିର

ଶ୍ରୀମନ୍ଦିର ପରିସରସ୍ଥ କାଞ୍ଚି ଗଣେଶ ବା ଭଣ୍ଡ ଗଣେଶ ବା ଉଚ୍ଛିଷ୍ଟ ଗଣପତି

ଦେବାଦେବୀଙ୍କ ଉପାସନା ଦୃଷ୍ଟିରୁ ଭାରତରେ ହିନ୍ଦୁମାନଙ୍କର ପାଞ୍ଚ ଗୋଟି ମୁଖ୍ୟ ସମ୍ପ୍ରଦାୟ ରହିଛି। ସେଗୁଡିକ ହେଲା – ଗାଣପତ୍ୟ (ଗଣେଶଙ୍କ ଉପାସକ), ବୈଷ୍ଣବ (ବିଷ୍ଣୁଙ୍କ ଉପାସକ), ଶୈବ (ଶିବଙ୍କ ଉପାସକ), ଶାକ୍ତ (ଶକ୍ତିଙ୍କ ଉପାସକ) ଓ ସୌର (ସୂର୍ଯ୍ୟଙ୍କ ଉପାସକ) । “ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା । ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।।” ଗଣପତି ଅଗ୍ରପୂଜ୍ୟ। ତାଙ୍କର ଉପାସନାରେ ପ୍ରାୟ ୩୨ ପ୍ରକାର ଗଣପତିଙ୍କର ବର୍ଣ୍ଣନା ରହିଛି ଯାହାକି… read more »

ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିରର ରୂପରେଖ

ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର। ଯଦିଓ ଇତିହାସ କହେ ଯେ ଏହା ପ୍ରାୟ ଏକ ହଜାର ବର୍ଷର ପୁରୁଣା ମନ୍ଦିର, ତେବେ ପୌରାଣିକ ଦୃଷ୍ଟିକୋଣରୁ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ସତ୍ୟ ଯୁଗ ସମୟର ମନ୍ଦିର। ତେବେ ସତ୍ୟଯୁଗରେ ନିର୍ମିତ ମନ୍ଦିରର ରୂପରେଖ ସହିତ ଆଜିର ମନ୍ଦିରର ରୂପରେଖରେ ଅନେକ ଅସାମଞ୍ଜସ୍ୟ ରହିଛି। ତେଣୁ ବର୍ତ୍ତମାନର ମନ୍ଦିରକୁ ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିର ବୋଲି ଗ୍ରହଣ କରାଯାଇନପାରେ। ପୁରାଣର ପୃଷ୍ଠା ମଧ୍ୟ ଏ… read more »

ଶ୍ରୀମହାପ୍ରସାଦ ସେବନ ବିଧି

ପରମ୍ପରା ତଥା ସାଂସ୍କୃତିକ ପ୍ରଥା ଅନୁସାରେ ହିନ୍ଦୁ ଧର୍ମର ଅନ୍ୟାନ୍ୟ ଦେବାଦେବୀଙ୍କୁ ସମର୍ପିତ ଭୋଗକୁ ‘ପ୍ରସାଦ’ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଭୋଗକୁ ହିଁ କେବଳ ‘ମହାପ୍ରସାଦ’ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଶ୍ରୀମହାପ୍ରସାଦକୁ ସ୍ୱୟଂ ମହାଲକ୍ଷ୍ମୀ, ଶ୍ରୀଜଗନ୍ନାଥଙ୍କ ନିମିତ୍ତ ପାକ କରିଥାନ୍ତି ଯାହାକି ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ ତଥା ଭାଗ୍ୟରେ ଥିଲେ ସେବନ କରିବାର ସୌଭାଗ୍ୟ ମିଳିଥାଏ। ତେବେ ଏହି ଶ୍ରୀମହାପ୍ରସାଦକୁ ସେବନ କରିବାର ସ୍ୱତନ୍ତ୍ର ବିଧି ରହିଛି ଯାହାକି ନିମ୍ନରେ… read more »

ଶ୍ରୀଜୀଉମାନଙ୍କର ସ୍ନାନ ଓ ମହାସ୍ନାନ ନୀତି

ସୁସ୍ଥତା, ସ୍ୱଚ୍ଛତା ତଥା ପବିତ୍ରତା ଲାଭ କରିବା ନିମନ୍ତେ ସ୍ନାନର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଆୟୁର୍ବେଦ ଶାସ୍ତ୍ର ମତରେ ସ୍ନାନ କରିବା ଦ୍ଵାରା ଏତଦବ୍ୟତୀତ ବିବିଧ ପ୍ରକାର ଲାଭ ମିଳିଥାଏ । ପ୍ରଥମତଃ ଏହାଦ୍ୱାରା ଶରୀର ଏବଂ ଅନ୍ତରାତ୍ମା ପବିତ୍ର ହୋଇଥାଏ । ଆଉ ମଧ୍ୟ ଏହାଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ, ଶ୍ରମରୁ ଲାଘବତା ମିଳିଥାଏ, ସ୍ବେଦ ଏବଂ ମଳର ନାଶ ହୋଇଥାଏ, ଶରୀରର ବଳ ଏବଂ ଓଜର ବୃଦ୍ଧି ଘଟିଥାଏ, ହୃଦୟ… read more »

ଶ୍ରୀମନ୍ଦିର ପରମ୍ପରାରେ ମହାଦୀପ

ଭାରତୀୟ ସଂସ୍କୃତି ତଥା ପରମ୍ପରାରେ ନିଜର ତଥା ନିଜ ପରିବାର ବର୍ଗଙ୍କର ମଙ୍ଗଳ କାମନା କରି ପ୍ରଭୁଙ୍କ ପାଖରେ ଦୀପ ଦାନ କରାଯିବାର ବିଧି ଅତି ଜନପ୍ରିୟ ଓ ଲୋକପ୍ରଚଳିତ । କିନ୍ତୁ ଯଦି ନିଜ ରାଜାଙ୍କର ତଥା ସମଗ୍ର ଜଗତର ମଙ୍ଗଳ କାମନା ରୂପକ ମହାନ ଉଦ୍ଦେଶ୍ୟରେ ଏହି ଦୀପ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଏ, ତେବେ ତାହା ହୋଇଉଠେ ‘ମହାଦୀପ’ । ଉତ୍କଳୀୟ ପରମ୍ପରାରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଦେଖାଇବା ଏକ ମହାନ… read more »

ମା ବିମଳାଙ୍କ ରଥଯାତ୍ରା ବା ଶାକ୍ତ ଗୁଣ୍ଡିଚା

ପ୍ରାଚୀନ ଓଡ଼ିଶାରେ, ବିଶେଷ କରି ଶ୍ରୀଜଗନ୍ନାଥ ସଂସ୍କୃତିରେ ବିବିଧ ଉପାସନା ପଦ୍ଧତିର ସମନ୍ୱୟ ଘଟିଥିଲା ଜନ୍ମଧ୍ୟରୁ ଅନ୍ୟତମ ହେଉଛି ‘ଦୁର୍ଗାମାଧବ’ ଉପାସନା । ତେଣୁ ଶ୍ରୀଜଗନ୍ନାଥ ଓ ମା ବିମଳା ଉଭୟଙ୍କୁ ଶରତ କାଳରେ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଠାରୁ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ (୧ ଦିନ ଦେବୀଙ୍କ ବିଶ୍ରାମ ବ୍ୟତୀତ) ଷୋଳଦିନ ପୂଜାରେ ଏକତ୍ର ‘ଦୁର୍ଗାମାଧଵ’ ରୂପେ ପୂଜା କରାଯାଇଥାଏ । ଶ୍ରୀମନ୍ଦିରର ନୈଋତ କୋଣରେ ମା ବିମଳାଙ୍କ ମନ୍ଦିର ଅବସ୍ଥିତ । ଏହା… read more »

Sidebar