କିମ୍ବଦନ୍ତୀ

କିପରି ଥିଲା ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ପ୍ରଭୁ ଶ୍ରୀନୀଳମାଧବଙ୍କ ସ୍ୱରୂପ ?

ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ହେଉଛନ୍ତି ପ୍ରଭୁ ଶ୍ରୀନୀଳମାଧବ । ସେ ପୁରୁଷୋତ୍ତମ କ୍ଷେତ୍ର (ପୁରୀ)ରେ ଅବସ୍ଥିତ ନୀଳଗିରି ନାମକ ପର୍ବତ ଉପରେ ଦେବୀ ଲକ୍ଷ୍ମୀଙ୍କ ସହିତ ବିରାଜିତ ଥିଲେ ଯାହାଙ୍କର ଦର୍ଶନ ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ ଥିଲା । ତାଙ୍କର ଦର୍ଶନ ଲାଭ କରୁଥିବା ପ୍ରତ୍ୟେକ ଜୀବ ତତ୍କ୍ଷଣାତ ମୁକ୍ତି ଲାଭ କରୁଥିଲେ । ତେଣୁ ଏକଦା ସ୍ୱୟଂ ଯମରାଜ ଶ୍ରୀଲକ୍ଷ୍ମୀନାରାୟଣଙ୍କୁ ଭେଟି ଗୁହାରି କଲେ ଯେ – ଯଦି ଏହିପରି ସମସ୍ତ ଜୀବ ଦେବୀ ଲକ୍ଷ୍ମୀଙ୍କ… read more »

କିପରି ଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ପ୍ରଭୁ ଶ୍ରୀନୀଳମାଧବଙ୍କର ଆସ୍ଥାନ ?

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ଥିଲେ ପ୍ରଭୁ ଶ୍ରୀନୀଳମାଧବ ଯେକି ଉତ୍କଳ ପ୍ରଦେଶର ପୁରୁଷୋତ୍ତମ କ୍ଷେତ୍ରରେ, ନୀଳଗିରି ନାମକ ପର୍ବତ ଶିଖରରେ ବିରାଜମାନ କରିଥିଲେ । ଶ୍ରୀନୀଳମାଧବଙ୍କ ଦର୍ଶନ ଓ ପୂଜା ନିମନ୍ତେ ଈନ୍ଦ୍ରାଦି ଦେବଗଣ ପ୍ରତ୍ୟହ ଉପଚାର ସହିତ ଆସୁଥିଲେ ଓ ତାଙ୍କୁ ଭକ୍ତିପୂର୍ବକ ସ୍ତୁତି, ନମସ୍କାରାଦି କରୁଥିଲେ । ପୁନଃ ଗୀତ, ବାଦ୍ୟ ଓ ନୃତ୍ୟ ଦ୍ୱାରା ଶ୍ରୀନୀଳମାଧବଙ୍କୁ ସନ୍ତୁଷ୍ଟ କରି ସେମାନେ ନିଜ ଲୋକ ଅଭିମୁଖେ ପ୍ରସ୍ଥାନ କରୁଥିଲେ । ଦେବଗଣଙ୍କ ଦ୍ୱାରା ଅର୍ପିତ… read more »

ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିରର ରୂପରେଖ

ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର। ଯଦିଓ ଇତିହାସ କହେ ଯେ ଏହା ପ୍ରାୟ ଏକ ହଜାର ବର୍ଷର ପୁରୁଣା ମନ୍ଦିର, ତେବେ ପୌରାଣିକ ଦୃଷ୍ଟିକୋଣରୁ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ସତ୍ୟ ଯୁଗ ସମୟର ମନ୍ଦିର। ତେବେ ସତ୍ୟଯୁଗରେ ନିର୍ମିତ ମନ୍ଦିରର ରୂପରେଖ ସହିତ ଆଜିର ମନ୍ଦିରର ରୂପରେଖରେ ଅନେକ ଅସାମଞ୍ଜସ୍ୟ ରହିଛି। ତେଣୁ ବର୍ତ୍ତମାନର ମନ୍ଦିରକୁ ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିର ବୋଲି ଗ୍ରହଣ କରାଯାଇନପାରେ। ପୁରାଣର ପୃଷ୍ଠା ମଧ୍ୟ ଏ… read more »

ସ୍କନ୍ଦ ପୁରାଣୋକ୍ତ ଶ୍ରୀଜଗନ୍ନାଥଙ୍କର ଆଦର୍ଶ ରଥଯାତ୍ରା ପାଳନ ବିଧି

ସମଗ୍ର ସଂସାରରେ ବିଭିନ୍ନ ଦେବାଦେବୀଙ୍କର ଯେତେସବୁ ରଥଯାତ୍ରା ଉତ୍ସବ ପାଳିତ ହୋଇଥାଏ, ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ ତନ୍ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ଓ ସର୍ବଜନାଦୃତ । ସମଗ୍ର ବିଶ୍ୱର ଜନସାଧାରଣ ଏହି ରଥଯାତ୍ରା ଉତ୍ସବରେ ଭକ୍ତିଭାଵ ସହକାରେ ସାମିଲ ହୋଇ ଶ୍ରୀଜୀଉମାନଙ୍କର କୃପା ଲାଭ କରିବା ନିମିତ୍ତ ଆଗ୍ରହ ସହକାରେ ଅପେକ୍ଷା କରି ରହିଥାନ୍ତି । କାରଣ ବିଶ୍ବାସ ରହିଛି ଯେ – “ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍ । ରଥେ ତୁ… read more »

Sidebar