ଶ୍ରୀମନ୍ଦିର

ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ଵାର

ଶ୍ରୀମନ୍ଦିରର ପୂର୍ବ ଦିଗରେ ଅବସ୍ଥିତ ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ନାମରେ ପରିଚିତ। ଏହି ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ଦୁଇଟି ବିରାଟ ସିଂହଙ୍କର ମୂର୍ତ୍ତି ସହ ପ୍ରଭୁଙ୍କ ଦୁଇ ଦ୍ୱାରପାଳ ଜୟ-ବିଜୟଙ୍କ ମୂର୍ତ୍ତି ସ୍ଥାପିତ ହୋଇଅଛନ୍ତି। ଏହି ମୁଖ୍ୟ ଦ୍ୱାରକୁ ଧର୍ମଦ୍ୱାର ବୋଲି ମଧ୍ୟ କୁହାଯାଇଥାଏ। ଏହି ଦ୍ଵାରର ଗୁମୁଟରେ ମା ତୋରଣ ଲକ୍ଷ୍ମୀ ଓ ଛଅ ଜଣ ସଖୀ ସ୍ଥାପିତ ହୋଇଅଛନ୍ତି। ପୂର୍ବେ ଏହାର ନିମ୍ନଭାଗରେ ଦଶ ଅବତାର ଶୋଭା ପାଉଥିଲେ। ସିଂହଦ୍ଵାର ଦେଇ… read more »

ଗରୁଡ଼ ଉଦ୍ଗାର ମଣି ଓ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ମହାପ୍ରଭୁ ଯେତିକି ରହସ୍ୟମୟ ସେତିକି ରହସ୍ୟମୟ ତାଙ୍କର ଇତିହାସ ଓ ସଂସ୍କୃତି । ଏଥିରୁ ତାଙ୍କର ଦୁର୍ମୂଲ୍ୟ ରତ୍ନ ଭଣ୍ଡାର ବା ବାଦ୍ ଯାଆନ୍ତା କିପରି ? ଶ୍ରୀମନ୍ଦିରର ବେହରଣ ଦ୍ଵାର ନିକଟରେ ପ୍ଲଟ ନମ୍ବର-୫ ଓ ପ୍ଲଟ ନମ୍ବର-୬ ଉପରେ ଏହି ରତ୍ନ ଭଣ୍ଡାର ଅବସ୍ଥିତ ଯେଉଁଠାରେ କି ମହାପ୍ରଭୁଙ୍କର ସ୍ଵର୍ଣ୍ଣ ରତ୍ନାଦି ମୂଲ୍ୟବାନ ଅଳଙ୍କାର ସବୁ ଗଚ୍ଛିତ । ଏହା ଦୁଇ ଭାଗରେ ବିଭକ୍ତ, ଯଥା – ୧) ଭିତର ଭଣ୍ଡାର ୨)… read more »

ଶ୍ରୀନାରାୟଣ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତୀକାତ୍ମକ ପଟ୍ଟି

ଅନବସର ସମୟରେ, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତିନିଧି ସ୍ବରୂପ ଶ୍ରୀନାରାୟଣ ପଟ୍ଟିଦିଅଁ ରୂପେ ପୂଜା ପାଆନ୍ତି । ତାଙ୍କର ଶରୀର କୃଷ୍ଣବର୍ଣ୍ଣ । ସେ ଚତୁର୍ଭୁଜ ତଥା ପଦ୍ମାସନସ୍ଥ ଏବଂ ବହୁତଳଯୁକ୍ତ ଏକ କୁଞ୍ଜରେ ବିରାଜମାନ । ଶ୍ବେତ କପୋତ ଚତୁଷ୍ଟୟ ଏହି କୁଞ୍ଜର ଉପରିଭାଗରେ ବିଦ୍ୟମାନ ଥିବାବେଳେ ତଳଭାଗରେ ମକରଦ୍ବୟ ଶୋଭା ପାଉଛନ୍ତି । ଏହି କୁଞ୍ଜର ଚୂଡ଼ା ପଦ୍ମପୁଷ୍ପାକୃତି ହୋଇଥିବାବେଳେ ବେଦୀ ଗୁଡ଼ିକ ପ୍ରସ୍ଫୁଟିତ ପଦ୍ମପୁଷ୍ପ ଭଳି ହୋଇଅଛି । ଶ୍ରୀନାରାୟଣଙ୍କ ସ୍କନ୍ଧପ୍ରଦେଶର ବିକଶିତ ଚତୁର୍ଭୁଜ… read more »

ବୁଦ୍ଧ, ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର

ଭଗବାନ ବିଷ୍ଣୁଙ୍କର ଦଶ ଅବତାର ମଧ୍ୟରୁ ନବମ ଅବତାର ହେଉଛନ୍ତି ବୁଦ୍ଧ ଏବଂ ବୁଦ୍ଧଙ୍କ ସମେତ ଏହି ଦଶ ଅବତାରଙ୍କର ସର୍ବପୁରାତନ ଶିଳାଲେଖ ବର୍ଣ୍ଣନା ଦେଖିବାକୁ ମିଳିଥାଏ ୭ମ ଶତାବ୍ଦୀର ଆଦିବରାହ ଗୁମ୍ଫା, ମହାବଳୀପୁରମ୍ ଠାରେ । ଏହି ଶିଳାଲେଖର ବର୍ଣ୍ଣନା ଅନୁଯାୟୀ ଦଶ ଅବତାର ଗୁଡ଼ିକ ହେଲେ – ମତ୍ସ୍ୟଃ କୂର୍ମୋ ବରାହଶ୍ଚ ନରସିଂହଶ୍ଚ ବାମନ ରାମୋ ରାମଶ୍ଚ ରାମଶ୍ଚ ବୁଦ୍ଧ କଳ୍କୀ ଚ ତେ ଦଶ ।। ଅର୍ଥାତ୍ – ମତ୍ସ୍ୟ, କୂର୍ମ, ବରାହ,… read more »

ଶ୍ରୀଜୀଉଙ୍କର ପୂଜାର୍ଚ୍ଚନାରେ ପାଞ୍ଚ ପ୍ରକାର ଅର୍ଚ୍ଚା ବିଗ୍ରହ

ହିନ୍ଦୁ ଧର୍ମରେ ବିବିଧ ଦେବାଦେବୀଙ୍କର ପୂଜାର୍ଚ୍ଚନା ନିମିତ୍ତ ସାଧାରଣତଃ ୫ ପ୍ରକାର ଅର୍ଚ୍ଚା ବିଗ୍ରହ ବ୍ୟବହୃତ ହୋଇଥାନ୍ତି । ଯଥା- ୧) ମଣି ବିଗ୍ରହ ୨) ଧାତୁ ବିଗ୍ରହ ୩) ଦାରୁ ବିଗ୍ରହ ୪) ଚିତ୍ର ବିଗ୍ରହ ୫) ମୃଣ୍ମୟ ବା ମାଟି ବିଗ୍ରହ ବିଶ୍ବାସ ରହିଛି ଯେ ମଣି ବିଗ୍ରହଙ୍କ ପରମାୟୁ ୧୦ ସହସ୍ର ବର୍ଷ, ଧାତୁ ବିଗ୍ରହଙ୍କ ପରମାୟୁ ୧ ସହସ୍ର ବର୍ଷ, ଦାରୁ ବିଗ୍ରହଙ୍କ ପରମାୟୁ ୧୨ ବର୍ଷ, ଚିତ୍ର ବିଗ୍ରହଙ୍କ ପରମାୟୁ… read more »

କଲିକତାର ଦୁର୍ଗୋତ୍ସବ ଠାରୁ ପ୍ରାଚୀନ ଶ୍ରୀକ୍ଷେତ୍ରର ‘ଗୋସାଣୀ ଯାତ’

ଶାରଦୀୟ ଦୁର୍ଗୋତ୍ସବ ଗୁଡିକ ମଧ୍ୟରେ କଲିକତାର ସାର୍ବଜନୀନ ଦୁର୍ଗୋତ୍ସବ ହେଉଛି ସବୁଠାରୁ ଅଧିକ ପ୍ରସିଦ୍ଧ ଓ ଜନପ୍ରିୟ। ତେବେ ଅନେକ ହୁଏତ ଜାଣିନଥିବେ ଯେ ଆମ ଉତ୍କଳୀୟ ଦୁର୍ଗା ଉପାସନାର ସ୍ମୃତିକୁ ବହନ କରୁଥିବା ଶ୍ରୀକ୍ଷେତ୍ର ବା ପୁରୀର “ଗୋସାଣୀ ଯାତ” ବା “ଗୋସାଣୀ ଯାତ୍ରା”, କଲିକତାର ଏହି ପ୍ରସିଦ୍ଧ ଦୁର୍ଗୋତ୍ସବ ଠାରୁ ମଧ୍ୟ ଅଧିକ ପୁରାତନ ଅଟେ ଏବଂ କେତେକ ଐତିହାସିକ ମାନଙ୍କ ମତରେ ଶ୍ରୀକ୍ଷେତ୍ରର ଏହି “ଗୋସାଣୀ ଯାତ” ପରମ୍ପରାରୁ ଅନୁପ୍ରେରିତ ହୋଇ ସୃଷ୍ଟି… read more »

ଶ୍ରୀମନ୍ଦିର ପରିସରସ୍ଥ କାଞ୍ଚି ଗଣେଶ ବା ଭଣ୍ଡ ଗଣେଶ ବା ଉଚ୍ଛିଷ୍ଟ ଗଣପତି

ଦେବାଦେବୀଙ୍କ ଉପାସନା ଦୃଷ୍ଟିରୁ ଭାରତରେ ହିନ୍ଦୁମାନଙ୍କର ପାଞ୍ଚ ଗୋଟି ମୁଖ୍ୟ ସମ୍ପ୍ରଦାୟ ରହିଛି। ସେଗୁଡିକ ହେଲା – ଗାଣପତ୍ୟ (ଗଣେଶଙ୍କ ଉପାସକ), ବୈଷ୍ଣବ (ବିଷ୍ଣୁଙ୍କ ଉପାସକ), ଶୈବ (ଶିବଙ୍କ ଉପାସକ), ଶାକ୍ତ (ଶକ୍ତିଙ୍କ ଉପାସକ) ଓ ସୌର (ସୂର୍ଯ୍ୟଙ୍କ ଉପାସକ) । “ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା । ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।।” ଗଣପତି ଅଗ୍ରପୂଜ୍ୟ। ତାଙ୍କର ଉପାସନାରେ ପ୍ରାୟ ୩୨ ପ୍ରକାର ଗଣପତିଙ୍କର ବର୍ଣ୍ଣନା ରହିଛି ଯାହାକି… read more »

ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିରର ରୂପରେଖ

ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର। ଯଦିଓ ଇତିହାସ କହେ ଯେ ଏହା ପ୍ରାୟ ଏକ ହଜାର ବର୍ଷର ପୁରୁଣା ମନ୍ଦିର, ତେବେ ପୌରାଣିକ ଦୃଷ୍ଟିକୋଣରୁ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ସତ୍ୟ ଯୁଗ ସମୟର ମନ୍ଦିର। ତେବେ ସତ୍ୟଯୁଗରେ ନିର୍ମିତ ମନ୍ଦିରର ରୂପରେଖ ସହିତ ଆଜିର ମନ୍ଦିରର ରୂପରେଖରେ ଅନେକ ଅସାମଞ୍ଜସ୍ୟ ରହିଛି। ତେଣୁ ବର୍ତ୍ତମାନର ମନ୍ଦିରକୁ ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିର ବୋଲି ଗ୍ରହଣ କରାଯାଇନପାରେ। ପୁରାଣର ପୃଷ୍ଠା ମଧ୍ୟ ଏ… read more »

ଶ୍ରୀମହାପ୍ରସାଦ ସେବନ ବିଧି

ପରମ୍ପରା ତଥା ସାଂସ୍କୃତିକ ପ୍ରଥା ଅନୁସାରେ ହିନ୍ଦୁ ଧର୍ମର ଅନ୍ୟାନ୍ୟ ଦେବାଦେବୀଙ୍କୁ ସମର୍ପିତ ଭୋଗକୁ ‘ପ୍ରସାଦ’ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଭୋଗକୁ ହିଁ କେବଳ ‘ମହାପ୍ରସାଦ’ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଶ୍ରୀମହାପ୍ରସାଦକୁ ସ୍ୱୟଂ ମହାଲକ୍ଷ୍ମୀ, ଶ୍ରୀଜଗନ୍ନାଥଙ୍କ ନିମିତ୍ତ ପାକ କରିଥାନ୍ତି ଯାହାକି ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ ତଥା ଭାଗ୍ୟରେ ଥିଲେ ସେବନ କରିବାର ସୌଭାଗ୍ୟ ମିଳିଥାଏ। ତେବେ ଏହି ଶ୍ରୀମହାପ୍ରସାଦକୁ ସେବନ କରିବାର ସ୍ୱତନ୍ତ୍ର ବିଧି ରହିଛି ଯାହାକି ନିମ୍ନରେ… read more »

ଶ୍ରୀଜୀଉମାନଙ୍କର ସ୍ନାନ ଓ ମହାସ୍ନାନ ନୀତି

ସୁସ୍ଥତା, ସ୍ୱଚ୍ଛତା ତଥା ପବିତ୍ରତା ଲାଭ କରିବା ନିମନ୍ତେ ସ୍ନାନର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଆୟୁର୍ବେଦ ଶାସ୍ତ୍ର ମତରେ ସ୍ନାନ କରିବା ଦ୍ଵାରା ଏତଦବ୍ୟତୀତ ବିବିଧ ପ୍ରକାର ଲାଭ ମିଳିଥାଏ । ପ୍ରଥମତଃ ଏହାଦ୍ୱାରା ଶରୀର ଏବଂ ଅନ୍ତରାତ୍ମା ପବିତ୍ର ହୋଇଥାଏ । ଆଉ ମଧ୍ୟ ଏହାଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ, ଶ୍ରମରୁ ଲାଘବତା ମିଳିଥାଏ, ସ୍ବେଦ ଏବଂ ମଳର ନାଶ ହୋଇଥାଏ, ଶରୀରର ବଳ ଏବଂ ଓଜର ବୃଦ୍ଧି ଘଟିଥାଏ, ହୃଦୟ… read more »

Sidebar