ଶ୍ରୀମନ୍ଦିର

ଶ୍ରୀ ଜଗନ୍ନାଥଙ୍କ ସେବାରେ ତାମ୍ବୁଳ ଏବଂ ଏହାର ଗୁଣ, କର୍ମ ଓ ସେବନ ବିଧି

ଆଜିର ଆଧୁନିକ ସମାଜରେ ତାମ୍ବୁଳ (ପାନ) ସେବନକୁ ମୁଖ ଗହ୍ଵର ରୋଗର ମୁଖ୍ୟ କାରଣ ଏପରିକି ମୁଖ ଗହ୍ଵର କର୍କଟ ରୋଗର ଏକ କାରଣ ଭାବେ ଗ୍ରହଣ କରାଯାଉଛି ଓ ଏହାର ସେବନକୁ ସ୍ବାସ୍ଥ୍ୟଗତ ଦୃଷ୍ଟିକୋଣରୁ ବାରଣ ମଧ୍ୟ କରାଯାଉଛି, ତେବେ କେଉଁ ଅନାଦି କାଳରୁ ସ୍ବାସ୍ଥ୍ୟ ବର୍ଦ୍ଧନ ନିମିତ୍ତ ଏହି ତାମ୍ବୁଳ ସେବନର ପରମ୍ପରା ଆମ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଓ ଏହାର ପ୍ରମୁଖ ଉଦାହରଣ ହେଉଛି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବାରେ… read more »

ଶ୍ରୀଜଗନ୍ନାଥଙ୍କ ଦନ୍ତ ମାର୍ଜନ ନୀତି ଓ ମୁତୁରୀ ଦାନ୍ତକାଠିର କାହାଣୀ

ଶ୍ରୀମନ୍ଦିରର ନୀତିକାନ୍ତି ସ୍ଵତନ୍ତ୍ର । ସାଧାରଣ ମନୁଷ୍ୟ ଯେପରି ଦିନ ଓ ଋତୁର ବିଭିନ୍ନ ସମୟରେ ଦିନଚର୍ଯ୍ୟା ଓ ଋତୁଚର୍ଯ୍ୟା ଆଦି ପାଳନ କରିଥାଏ, ଏଠାରେ ମହାପ୍ରଭୁ ସେପରି ସମ୍ପୂର୍ଣ୍ଣ ରାଜକୀୟ ବିଧିରେ ସମୟ ଅନୁସାରେ ପୂର୍ବ ରାତ୍ରରେ ପିନ୍ଧିଥିବା ପୋଷାକ ବଦଳାନ୍ତି (ମଇଲମ), ଦନ୍ତ ମାର୍ଜନ ଓ ସ୍ନାନ କରନ୍ତି (ଅବକାଶ), ବସ୍ତ୍ର ପରିଧାନ କରନ୍ତି (ତଡ଼ପଲାଗି), ଭୋଜନ ଗ୍ରହଣ କରନ୍ତି (ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପ), ବିଶ୍ରାମ ନିଅନ୍ତି (ପହୁଡ଼), ଶୟନ କରନ୍ତି… read more »

‘ବିଜେ କାହାଳୀ’ ର କାହାଣୀ

ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଶରୀରରେ ଅପୂର୍ବ ଶିହିରଣ ଖେଳିଯାଏ ସେତେବେଳେ, ଯେତେବେଳେ କାଳିଆ ସାଆନ୍ତଙ୍କ ବିଜେ କାହାଳୀ ବୀର ଦର୍ପରେ ବାଜିଉଠେ । ବିଜେ କାହାଳୀର ମାଙ୍ଗଳିକ ଧ୍ବନି ମହାପ୍ରଭୁଙ୍କ ଆଗମନର ବା ବିଜେ ହେବାର ସଙ୍କେତ ଦେଇଥାଏ । ମହାପ୍ରଭୁ ସ୍ୱୟଂ ବିଜେ କରିବା ସମୟରେ କିମ୍ବା ତାଙ୍କର ଚଳନ୍ତି ପ୍ରତିମା ବିଜେ କରିବା ସମୟରେ ସାଧାରଣତଃ ଏହି କାହାଳୀ ବାଜିଥାଏ । ଏହାର ଉଦ୍ଦେଶ୍ୟ ସମସ୍ତ ଅପଶକ୍ତି ମାନେ ଦୂରେଇ ଯାଆନ୍ତୁ ଓ ମହାପ୍ରଭୁଙ୍କର… read more »

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ରାଜ ମୁକୁଟ

ଯୁଗେ ଯୁଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ରହସ୍ୟମୟ । ଆଉ ଏବେ ଏହି ରତ୍ନ ଭଣ୍ଡାର ପୁନଶ୍ଚ ଚର୍ଚ୍ଚାରେ ରହିବା ସ୍ଵାଭାବିକ ଯେହେତୁ ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ପୁନଶ୍ଚ ଏହାର ବାହାର ଓ ଭିତର ଭଣ୍ଡାର ଖୋଲା ହୋଇ ଏଥିରେ ରହିଥିବା ରତ୍ନ ଅଳଙ୍କାର ସବୁର ଗଣତି ମଣତି ହୋଇଅଛି । ତେବେ ଗଣ ମାଧ୍ୟମର ଚର୍ଚ୍ଚା ଅନୁଯାୟୀ ଶୁଣିବାକୁ ମିଳିଛି ଯେ ଏହି ରତ୍ନ ଭଣ୍ଡାରର ଭିତର ଭଣ୍ଡାରରେ ଉତ୍କଳର ତତ୍କାଳୀନ… read more »

ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ଵାର

ଶ୍ରୀମନ୍ଦିରର ପୂର୍ବ ଦିଗରେ ଅବସ୍ଥିତ ମୁଖ୍ୟ ପ୍ରବେଶ ଦ୍ୱାର ସିଂହଦ୍ୱାର ନାମରେ ପରିଚିତ। ଏହି ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ ଦୁଇଟି ବିରାଟ ସିଂହଙ୍କର ମୂର୍ତ୍ତି ସହ ପ୍ରଭୁଙ୍କ ଦୁଇ ଦ୍ୱାରପାଳ ଜୟ-ବିଜୟଙ୍କ ମୂର୍ତ୍ତି ସ୍ଥାପିତ ହୋଇଅଛନ୍ତି। ଏହି ମୁଖ୍ୟ ଦ୍ୱାରକୁ ଧର୍ମଦ୍ୱାର ବୋଲି ମଧ୍ୟ କୁହାଯାଇଥାଏ। ଏହି ଦ୍ଵାରର ଗୁମୁଟରେ ମା ତୋରଣ ଲକ୍ଷ୍ମୀ ଓ ଛଅ ଜଣ ସଖୀ ସ୍ଥାପିତ ହୋଇଅଛନ୍ତି। ପୂର୍ବେ ଏହାର ନିମ୍ନଭାଗରେ ଦଶ ଅବତାର ଶୋଭା ପାଉଥିଲେ। ସିଂହଦ୍ଵାର ଦେଇ… read more »

ଗରୁଡ଼ ଉଦ୍ଗାର ମଣି ଓ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ମହାପ୍ରଭୁ ଯେତିକି ରହସ୍ୟମୟ ସେତିକି ରହସ୍ୟମୟ ତାଙ୍କର ଇତିହାସ ଓ ସଂସ୍କୃତି । ଏଥିରୁ ତାଙ୍କର ଦୁର୍ମୂଲ୍ୟ ରତ୍ନ ଭଣ୍ଡାର ବା ବାଦ୍ ଯାଆନ୍ତା କିପରି ? ଶ୍ରୀମନ୍ଦିରର ବେହରଣ ଦ୍ଵାର ନିକଟରେ ପ୍ଲଟ ନମ୍ବର-୫ ଓ ପ୍ଲଟ ନମ୍ବର-୬ ଉପରେ ଏହି ରତ୍ନ ଭଣ୍ଡାର ଅବସ୍ଥିତ ଯେଉଁଠାରେ କି ମହାପ୍ରଭୁଙ୍କର ସ୍ଵର୍ଣ୍ଣ ରତ୍ନାଦି ମୂଲ୍ୟବାନ ଅଳଙ୍କାର ସବୁ ଗଚ୍ଛିତ । ଏହା ଦୁଇ ଭାଗରେ ବିଭକ୍ତ, ଯଥା – ୧) ଭିତର ଭଣ୍ଡାର ୨)… read more »

ଶ୍ରୀନାରାୟଣ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତୀକାତ୍ମକ ପଟ୍ଟି

ଅନବସର ସମୟରେ, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତିନିଧି ସ୍ବରୂପ ଶ୍ରୀନାରାୟଣ ପଟ୍ଟିଦିଅଁ ରୂପେ ପୂଜା ପାଆନ୍ତି । ତାଙ୍କର ଶରୀର କୃଷ୍ଣବର୍ଣ୍ଣ । ସେ ଚତୁର୍ଭୁଜ ତଥା ପଦ୍ମାସନସ୍ଥ ଏବଂ ବହୁତଳଯୁକ୍ତ ଏକ କୁଞ୍ଜରେ ବିରାଜମାନ । ଶ୍ବେତ କପୋତ ଚତୁଷ୍ଟୟ ଏହି କୁଞ୍ଜର ଉପରିଭାଗରେ ବିଦ୍ୟମାନ ଥିବାବେଳେ ତଳଭାଗରେ ମକରଦ୍ବୟ ଶୋଭା ପାଉଛନ୍ତି । ଏହି କୁଞ୍ଜର ଚୂଡ଼ା ପଦ୍ମପୁଷ୍ପାକୃତି ହୋଇଥିବାବେଳେ ବେଦୀ ଗୁଡ଼ିକ ପ୍ରସ୍ଫୁଟିତ ପଦ୍ମପୁଷ୍ପ ଭଳି ହୋଇଅଛି । ଶ୍ରୀନାରାୟଣଙ୍କ ସ୍କନ୍ଧପ୍ରଦେଶର ବିକଶିତ ଚତୁର୍ଭୁଜ… read more »

ବୁଦ୍ଧ, ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର

ଭଗବାନ ବିଷ୍ଣୁଙ୍କର ଦଶ ଅବତାର ମଧ୍ୟରୁ ନବମ ଅବତାର ହେଉଛନ୍ତି ବୁଦ୍ଧ ଏବଂ ବୁଦ୍ଧଙ୍କ ସମେତ ଏହି ଦଶ ଅବତାରଙ୍କର ସର୍ବପୁରାତନ ଶିଳାଲେଖ ବର୍ଣ୍ଣନା ଦେଖିବାକୁ ମିଳିଥାଏ ୭ମ ଶତାବ୍ଦୀର ଆଦିବରାହ ଗୁମ୍ଫା, ମହାବଳୀପୁରମ୍ ଠାରେ । ଏହି ଶିଳାଲେଖର ବର୍ଣ୍ଣନା ଅନୁଯାୟୀ ଦଶ ଅବତାର ଗୁଡ଼ିକ ହେଲେ – ମତ୍ସ୍ୟଃ କୂର୍ମୋ ବରାହଶ୍ଚ ନରସିଂହଶ୍ଚ ବାମନ ରାମୋ ରାମଶ୍ଚ ରାମଶ୍ଚ ବୁଦ୍ଧ କଳ୍କୀ ଚ ତେ ଦଶ ।। ଅର୍ଥାତ୍ – ମତ୍ସ୍ୟ, କୂର୍ମ, ବରାହ,… read more »

ଶ୍ରୀଜୀଉଙ୍କର ପୂଜାର୍ଚ୍ଚନାରେ ପାଞ୍ଚ ପ୍ରକାର ଅର୍ଚ୍ଚା ବିଗ୍ରହ

ହିନ୍ଦୁ ଧର୍ମରେ ବିବିଧ ଦେବାଦେବୀଙ୍କର ପୂଜାର୍ଚ୍ଚନା ନିମିତ୍ତ ସାଧାରଣତଃ ୫ ପ୍ରକାର ଅର୍ଚ୍ଚା ବିଗ୍ରହ ବ୍ୟବହୃତ ହୋଇଥାନ୍ତି । ଯଥା- ୧) ମଣି ବିଗ୍ରହ ୨) ଧାତୁ ବିଗ୍ରହ ୩) ଦାରୁ ବିଗ୍ରହ ୪) ଚିତ୍ର ବିଗ୍ରହ ୫) ମୃଣ୍ମୟ ବା ମାଟି ବିଗ୍ରହ ବିଶ୍ବାସ ରହିଛି ଯେ ମଣି ବିଗ୍ରହଙ୍କ ପରମାୟୁ ୧୦ ସହସ୍ର ବର୍ଷ, ଧାତୁ ବିଗ୍ରହଙ୍କ ପରମାୟୁ ୧ ସହସ୍ର ବର୍ଷ, ଦାରୁ ବିଗ୍ରହଙ୍କ ପରମାୟୁ ୧୨ ବର୍ଷ, ଚିତ୍ର ବିଗ୍ରହଙ୍କ ପରମାୟୁ… read more »

କଲିକତାର ଦୁର୍ଗୋତ୍ସବ ଠାରୁ ପ୍ରାଚୀନ ଶ୍ରୀକ୍ଷେତ୍ରର ‘ଗୋସାଣୀ ଯାତ’

ଶାରଦୀୟ ଦୁର୍ଗୋତ୍ସବ ଗୁଡିକ ମଧ୍ୟରେ କଲିକତାର ସାର୍ବଜନୀନ ଦୁର୍ଗୋତ୍ସବ ହେଉଛି ସବୁଠାରୁ ଅଧିକ ପ୍ରସିଦ୍ଧ ଓ ଜନପ୍ରିୟ। ତେବେ ଅନେକ ହୁଏତ ଜାଣିନଥିବେ ଯେ ଆମ ଉତ୍କଳୀୟ ଦୁର୍ଗା ଉପାସନାର ସ୍ମୃତିକୁ ବହନ କରୁଥିବା ଶ୍ରୀକ୍ଷେତ୍ର ବା ପୁରୀର “ଗୋସାଣୀ ଯାତ” ବା “ଗୋସାଣୀ ଯାତ୍ରା”, କଲିକତାର ଏହି ପ୍ରସିଦ୍ଧ ଦୁର୍ଗୋତ୍ସବ ଠାରୁ ମଧ୍ୟ ଅଧିକ ପୁରାତନ ଅଟେ ଏବଂ କେତେକ ଐତିହାସିକ ମାନଙ୍କ ମତରେ ଶ୍ରୀକ୍ଷେତ୍ରର ଏହି “ଗୋସାଣୀ ଯାତ” ପରମ୍ପରାରୁ ଅନୁପ୍ରେରିତ ହୋଇ ସୃଷ୍ଟି… read more »

Sidebar