ଶ୍ରୀଜଗନ୍ନାଥ

ରଥ ତ୍ରୟର ପ୍ରଭା

ଶ୍ରୀକ୍ଷେତ୍ରର ରଥଯାତ୍ରାରେ ତିନି ରଥର ମୁଖ୍ୟ ଆକର୍ଷଣ ହେଉଛି ପ୍ରଭା ଯେଉଁଠାରେ କି ମୁଖ୍ୟ ଦେବାଦେବୀ ବିରାଜିତ ହୋଇଥାଆନ୍ତି । ରଥ ତ୍ରୟର ପ୍ରଭା ପ୍ରତିବର୍ଷ ନିର୍ମାଣ କରାଯାଇଥାଏ । ରଥଯାତ୍ରାର ମାତ୍ର ଅଳ୍ପ କେଇ ଦିନ ପୂର୍ବରୁ ରୂପକାର ସେବକମାନେ ଏହାକୁ ରୂପ ଦେଇଥାନ୍ତି, ତା ପରେ ମହାରଣା ସେବକମାନଙ୍କ ଦ୍ୱାରା ଏହାର ନିର୍ମାଣ କରାଯାଇ ସାରିଲା ପରେ ଚିତ୍ରକାର ସେବକମାନେ ଏଥିରେ ଚିତ୍ର କରିଥାଆନ୍ତି । ରଥ ଯାତ୍ରାର ପୂର୍ବ ଦିନେ ଦୁଇ ଦିନ… read more »

ଗୁରୁ ନାନକଙ୍କ ରଚିତ ଆରତୀ ଓ ଶ୍ରୀଜଗନ୍ନାଥ

ଭକ୍ତି ଆନ୍ଦୋଳନର ସମୟ । ୧୬ଶ ଶତାବ୍ଦୀର ପ୍ରାରମ୍ଭିକ ଭାଗ । ଏକଦା ଗୁରୁ ନାନକ ଶ୍ରୀଜଗନ୍ନାଥଙ୍କର ଦର୍ଶନ ନିମିତ୍ତ ଶ୍ରୀକ୍ଷେତ୍ର ପରିଭ୍ରମଣ (ଉଦାସୀ)ରେ ଆସିଥାନ୍ତି । ସେ ଯଦିଓ ଭକ୍ତି ମାର୍ଗର ପ୍ରଚାରକ ଥିଲେ ତେବେ ସେ ଈଶ୍ୱରଙ୍କ ସାକାର ସ୍ୱରୂପ ଓ ବାହ୍ୟ ଅର୍ଚ୍ଚନାର ପକ୍ଷପାତୀ ନଥିଲେ । ମାତ୍ର ସେ ଯେତେବେଳେ ଶ୍ରୀଜଗନ୍ନାଥଙ୍କୁ ପ୍ରଥମ ଥର ପାଇଁ ଦେଖିଲେ, ସେତେବେଳେ ସେ ଭାବିଲେ – “ପ୍ରଭୁଙ୍କର ଏ କି ଅଦ୍ଭୁତ ରୂପ !… read more »

ଅଦ୍ଵୈତ ଭକ୍ତି ଓ ଶ୍ରୀଜଗନ୍ନାଥ

ଜଗଚ୍ଚେଦଂ ଜଗନ୍ନାଥୋ ନାନ୍ୟଚ୍ଚାପି ଚ କାରଣମ୍ । ଅହଂ ଚ ନ ତତୋ ଭିନ୍ନୋ ମତ୍ତୋଽସୌ ନ ପୃଥକ୍ ସ୍ଥିତଃ । ହାନଂ ବହିରୁପାଧୀନାଂ ପ୍ରେମୋତ୍କର୍ଷେଣ ଭାବନମ୍ । ଦୁର୍ଲ୍ଲଭା ଭକ୍ତିରେଷା ହି ମୁକ୍ତୟେଽଦ୍ଵୈତସଂଜ୍ଞିତା ।। [ସ୍କନ୍ଦ ପୁରାଣ, ବୈଷ୍ଣବ ଖଣ୍ଡ-ଉତ୍କଳ ଖଣ୍ଡ, ୧୦|୮୬-୮୮] ଅର୍ଥାତ – ଏ ଜଗତ ଏବଂ ଜଗନ୍ନାଥ ଅଭିନ୍ନ, ଉଭୟଙ୍କୁ ଭିନ୍ନ ସିଦ୍ଧ କରିବାର ଅନ୍ୟ କୌଣସି କାରଣ ନାହିଁ । ମୁଁ ମଧ୍ୟ ଜଗନ୍ନାଥଙ୍କ ଠାରୁ ଭିନ୍ନ ନୁହେଁ, ଆଉ… read more »

ଶ୍ରୀଜଗନ୍ନାଥଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୀତିକାନ୍ତି, ଯାନିଯାତ୍ରା, ଭୋଗରାଗ ଆଦିରେ ଯେପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି, ତାଙ୍କର ବିବିଧ ବେଶ ଆଦିରେ ମଧ୍ୟ ସେହିପରି ବିବିଧତା ଓ ସ୍ୱାତନ୍ତ୍ର୍ୟ ରହିଛି । ଏହା ରହିବା ମଧ୍ୟ ସ୍ୱାଭାବିକ, କାରଣ ବର୍ଣ୍ଣନା ରହିଛି ଯେ – “ଅଳଙ୍କାର ପ୍ରିୟୋ ହରି” । ମହାପ୍ରଭୁଙ୍କ ବେଶର ଅନ୍ୟ ନାମ ଶୃଙ୍ଗାର । ଏହି ବେଶ ବା ଶୃଙ୍ଗାର ବର୍ଷର ବିଭିନ୍ନ ସମୟରେ ବସ୍ତ୍ର, ଆଭୂଷଣ ଏବଂ ପୁଷ୍ପ ଦ୍ୱାରା ସମ୍ପାଦିତ ହୋଇଥାଏ,… read more »

କିପରି ଥିଲା ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ପ୍ରଭୁ ଶ୍ରୀନୀଳମାଧବଙ୍କ ସ୍ୱରୂପ ?

ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ହେଉଛନ୍ତି ପ୍ରଭୁ ଶ୍ରୀନୀଳମାଧବ । ସେ ପୁରୁଷୋତ୍ତମ କ୍ଷେତ୍ର (ପୁରୀ)ରେ ଅବସ୍ଥିତ ନୀଳଗିରି ନାମକ ପର୍ବତ ଉପରେ ଦେବୀ ଲକ୍ଷ୍ମୀଙ୍କ ସହିତ ବିରାଜିତ ଥିଲେ ଯାହାଙ୍କର ଦର୍ଶନ ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ ଥିଲା । ତାଙ୍କର ଦର୍ଶନ ଲାଭ କରୁଥିବା ପ୍ରତ୍ୟେକ ଜୀବ ତତ୍କ୍ଷଣାତ ମୁକ୍ତି ଲାଭ କରୁଥିଲେ । ତେଣୁ ଏକଦା ସ୍ୱୟଂ ଯମରାଜ ଶ୍ରୀଲକ୍ଷ୍ମୀନାରାୟଣଙ୍କୁ ଭେଟି ଗୁହାରି କଲେ ଯେ – ଯଦି ଏହିପରି ସମସ୍ତ ଜୀବ ଦେବୀ ଲକ୍ଷ୍ମୀଙ୍କ… read more »

କିପରି ଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ପ୍ରଭୁ ଶ୍ରୀନୀଳମାଧବଙ୍କର ଆସ୍ଥାନ ?

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ଥିଲେ ପ୍ରଭୁ ଶ୍ରୀନୀଳମାଧବ ଯେକି ଉତ୍କଳ ପ୍ରଦେଶର ପୁରୁଷୋତ୍ତମ କ୍ଷେତ୍ରରେ, ନୀଳଗିରି ନାମକ ପର୍ବତ ଶିଖରରେ ବିରାଜମାନ କରିଥିଲେ । ଶ୍ରୀନୀଳମାଧବଙ୍କ ଦର୍ଶନ ଓ ପୂଜା ନିମନ୍ତେ ଈନ୍ଦ୍ରାଦି ଦେବଗଣ ପ୍ରତ୍ୟହ ଉପଚାର ସହିତ ଆସୁଥିଲେ ଓ ତାଙ୍କୁ ଭକ୍ତିପୂର୍ବକ ସ୍ତୁତି, ନମସ୍କାରାଦି କରୁଥିଲେ । ପୁନଃ ଗୀତ, ବାଦ୍ୟ ଓ ନୃତ୍ୟ ଦ୍ୱାରା ଶ୍ରୀନୀଳମାଧବଙ୍କୁ ସନ୍ତୁଷ୍ଟ କରି ସେମାନେ ନିଜ ଲୋକ ଅଭିମୁଖେ ପ୍ରସ୍ଥାନ କରୁଥିଲେ । ଦେବଗଣଙ୍କ ଦ୍ୱାରା ଅର୍ପିତ… read more »

ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିରର ରୂପରେଖ

ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର। ଯଦିଓ ଇତିହାସ କହେ ଯେ ଏହା ପ୍ରାୟ ଏକ ହଜାର ବର୍ଷର ପୁରୁଣା ମନ୍ଦିର, ତେବେ ପୌରାଣିକ ଦୃଷ୍ଟିକୋଣରୁ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ସତ୍ୟ ଯୁଗ ସମୟର ମନ୍ଦିର। ତେବେ ସତ୍ୟଯୁଗରେ ନିର୍ମିତ ମନ୍ଦିରର ରୂପରେଖ ସହିତ ଆଜିର ମନ୍ଦିରର ରୂପରେଖରେ ଅନେକ ଅସାମଞ୍ଜସ୍ୟ ରହିଛି। ତେଣୁ ବର୍ତ୍ତମାନର ମନ୍ଦିରକୁ ପ୍ରଥମ ଶ୍ରୀଜଗନ୍ନାଥ ମନ୍ଦିର ବୋଲି ଗ୍ରହଣ କରାଯାଇନପାରେ। ପୁରାଣର ପୃଷ୍ଠା ମଧ୍ୟ ଏ… read more »

ପୌରାଣିକ ମତରେ ରଥଯାତ୍ରାର ପ୍ରଚଳନ

ରଥଯାତ୍ରା କହିଲେ ଆମେ ସାଧାରଣତଃ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାକୁ ବୁଝିଥାଉ, ମାତ୍ର ଏହା କେବେଠାରୁ ଆରମ୍ଭ ହେଲା ସେସମ୍ବନ୍ଧରେ ଐତିହାସିକମାନଙ୍କ ମଧ୍ୟରେ ମତଭେଦ ରହିଛି । କିଛି ଐତିହାସିକମାନେ କୁହନ୍ତି ଯେ ଏହି ରଥଯାତ୍ରାର ସମ୍ବନ୍ଧ ବୌଦ୍ଧ ଧର୍ମ ସହିତ ରହିଛି । ମାତ୍ର ସାଧାରଣ ଭାବେ ରଥଯାତ୍ରା ଯେ ହିନ୍ଦୁଧର୍ମର ଏକ ମୌଳିକ ପରିକଳ୍ପନା ଏବଂ ବିଭିନ୍ନ ଦେବାଦେବୀଙ୍କର ମଧ୍ୟ ରଥଯାତ୍ରାର ଆୟୋଜନର ବ୍ୟବସ୍ଥାମାନ ଯେ ହିନ୍ଦୁ ଧର୍ମରେ ରହିଛି, ତାହା ଅନେକଙ୍କୁ… read more »

ଶ୍ରୀଜୀଉମାନଙ୍କର ସ୍ନାନ ଓ ମହାସ୍ନାନ ନୀତି

ସୁସ୍ଥତା, ସ୍ୱଚ୍ଛତା ତଥା ପବିତ୍ରତା ଲାଭ କରିବା ନିମନ୍ତେ ସ୍ନାନର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ଆୟୁର୍ବେଦ ଶାସ୍ତ୍ର ମତରେ ସ୍ନାନ କରିବା ଦ୍ଵାରା ଏତଦବ୍ୟତୀତ ବିବିଧ ପ୍ରକାର ଲାଭ ମିଳିଥାଏ । ପ୍ରଥମତଃ ଏହାଦ୍ୱାରା ଶରୀର ଏବଂ ଅନ୍ତରାତ୍ମା ପବିତ୍ର ହୋଇଥାଏ । ଆଉ ମଧ୍ୟ ଏହାଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ, ଶ୍ରମରୁ ଲାଘବତା ମିଳିଥାଏ, ସ୍ବେଦ ଏବଂ ମଳର ନାଶ ହୋଇଥାଏ, ଶରୀରର ବଳ ଏବଂ ଓଜର ବୃଦ୍ଧି ଘଟିଥାଏ, ହୃଦୟ… read more »

ସ୍କନ୍ଦ ପୁରାଣୋକ୍ତ ଶ୍ରୀଜଗନ୍ନାଥଙ୍କର ଆଦର୍ଶ ରଥଯାତ୍ରା ପାଳନ ବିଧି

ସମଗ୍ର ସଂସାରରେ ବିଭିନ୍ନ ଦେବାଦେବୀଙ୍କର ଯେତେସବୁ ରଥଯାତ୍ରା ଉତ୍ସବ ପାଳିତ ହୋଇଥାଏ, ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଉତ୍ସବ ତନ୍ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ଓ ସର୍ବଜନାଦୃତ । ସମଗ୍ର ବିଶ୍ୱର ଜନସାଧାରଣ ଏହି ରଥଯାତ୍ରା ଉତ୍ସବରେ ଭକ୍ତିଭାଵ ସହକାରେ ସାମିଲ ହୋଇ ଶ୍ରୀଜୀଉମାନଙ୍କର କୃପା ଲାଭ କରିବା ନିମିତ୍ତ ଆଗ୍ରହ ସହକାରେ ଅପେକ୍ଷା କରି ରହିଥାନ୍ତି । କାରଣ ବିଶ୍ବାସ ରହିଛି ଯେ – “ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍ । ରଥେ ତୁ… read more »

Sidebar