ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୋଳବେଦୀ

ଓଡିଶାରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ, ସେଥିମଧ୍ୟରୁ ଦୋଳ ପୂର୍ଣ୍ଣିମା ଅନ୍ୟତମ । ଦୋଳ ପୂର୍ଣ୍ଣିମା ଦିନ ଯେଉଁ ମଣ୍ଡପରେ ଠାକୁର ବିଜେ କରିଥାନ୍ତି, ସେହି ମଣ୍ଡପକୁ ଦୋଳ ମଣ୍ଡପ ବା ଦୋଳ ବେଦୀ କୁହାଯାଏ । ଶ୍ରୀକ୍ଷେତ୍ରରେ ପୂର୍ବେ ଦୋଳ ବେଦୀ ଦୋଳମଣ୍ଡପ ସାହିର ଅଙ୍ଗିରା ଆଶ୍ରମର ସାମନାରେ ଥିଲା । ସେ ସ୍ଥାନକୁ ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ଵୟଂ ଦୋଳି ଖେଳିବା ନିମନ୍ତେ ଯାତ୍ରା କରୁଥିଲେ । ଏକଦା ଦୋଳ ପୂର୍ଣ୍ଣିମା ସମୟରେ ବଡ଼… read more »

କିପରି ଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ପ୍ରଭୁ ଶ୍ରୀନୀଳମାଧବଙ୍କର ଆସ୍ଥାନ ?

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ଥିଲେ ପ୍ରଭୁ ଶ୍ରୀନୀଳମାଧବ ଯେକି ଉତ୍କଳ ପ୍ରଦେଶର ପୁରୁଷୋତ୍ତମ କ୍ଷେତ୍ରରେ, ନୀଳଗିରି ନାମକ ପର୍ବତ ଶିଖରରେ ବିରାଜମାନ କରିଥିଲେ । ଶ୍ରୀନୀଳମାଧବଙ୍କ ଦର୍ଶନ ଓ ପୂଜା ନିମନ୍ତେ ଈନ୍ଦ୍ରାଦି ଦେବଗଣ ପ୍ରତ୍ୟହ ଉପଚାର ସହିତ ଆସୁଥିଲେ ଓ ତାଙ୍କୁ ଭକ୍ତିପୂର୍ବକ ସ୍ତୁତି, ନମସ୍କାରାଦି କରୁଥିଲେ । ପୁନଃ ଗୀତ, ବାଦ୍ୟ ଓ ନୃତ୍ୟ ଦ୍ୱାରା ଶ୍ରୀନୀଳମାଧବଙ୍କୁ ସନ୍ତୁଷ୍ଟ କରି ସେମାନେ ନିଜ ଲୋକ ଅଭିମୁଖେ ପ୍ରସ୍ଥାନ କରୁଥିଲେ । ଦେବଗଣଙ୍କ ଦ୍ୱାରା ଅର୍ପିତ… read more »

କଲିକତାର ଦୁର୍ଗୋତ୍ସବ ଠାରୁ ପ୍ରାଚୀନ ଶ୍ରୀକ୍ଷେତ୍ରର ‘ଗୋସାଣୀ ଯାତ’

ଶାରଦୀୟ ଦୁର୍ଗୋତ୍ସବ ଗୁଡିକ ମଧ୍ୟରେ କଲିକତାର ସାର୍ବଜନୀନ ଦୁର୍ଗୋତ୍ସବ ହେଉଛି ସବୁଠାରୁ ଅଧିକ ପ୍ରସିଦ୍ଧ ଓ ଜନପ୍ରିୟ। ତେବେ ଅନେକ ହୁଏତ ଜାଣିନଥିବେ ଯେ ଆମ ଉତ୍କଳୀୟ ଦୁର୍ଗା ଉପାସନାର ସ୍ମୃତିକୁ ବହନ କରୁଥିବା ଶ୍ରୀକ୍ଷେତ୍ର ବା ପୁରୀର “ଗୋସାଣୀ ଯାତ” ବା “ଗୋସାଣୀ ଯାତ୍ରା”, କଲିକତାର ଏହି ପ୍ରସିଦ୍ଧ ଦୁର୍ଗୋତ୍ସବ ଠାରୁ ମଧ୍ୟ ଅଧିକ ପୁରାତନ ଅଟେ ଏବଂ କେତେକ ଐତିହାସିକ ମାନଙ୍କ ମତରେ ଶ୍ରୀକ୍ଷେତ୍ରର ଏହି “ଗୋସାଣୀ ଯାତ” ପରମ୍ପରାରୁ ଅନୁପ୍ରେରିତ ହୋଇ ସୃଷ୍ଟି… read more »

ଶ୍ରୀମନ୍ଦିର ପରିସରସ୍ଥ କାଞ୍ଚି ଗଣେଶ ବା ଭଣ୍ଡ ଗଣେଶ ବା ଉଚ୍ଛିଷ୍ଟ ଗଣପତି

ଦେବାଦେବୀଙ୍କ ଉପାସନା ଦୃଷ୍ଟିରୁ ଭାରତରେ ହିନ୍ଦୁମାନଙ୍କର ପାଞ୍ଚ ଗୋଟି ମୁଖ୍ୟ ସମ୍ପ୍ରଦାୟ ରହିଛି। ସେଗୁଡିକ ହେଲା – ଗାଣପତ୍ୟ (ଗଣେଶଙ୍କ ଉପାସକ), ବୈଷ୍ଣବ (ବିଷ୍ଣୁଙ୍କ ଉପାସକ), ଶୈବ (ଶିବଙ୍କ ଉପାସକ), ଶାକ୍ତ (ଶକ୍ତିଙ୍କ ଉପାସକ) ଓ ସୌର (ସୂର୍ଯ୍ୟଙ୍କ ଉପାସକ) । “ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା । ଭିନ୍ନା ଭିନ୍ନ ନ କର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।।” ଗଣପତି ଅଗ୍ରପୂଜ୍ୟ। ତାଙ୍କର ଉପାସନାରେ ପ୍ରାୟ ୩୨ ପ୍ରକାର ଗଣପତିଙ୍କର ବର୍ଣ୍ଣନା ରହିଛି ଯାହାକି… read more »

ପୌରାଣିକ ମତରେ ରଥଯାତ୍ରାର ପ୍ରଚଳନ

ରଥଯାତ୍ରା କହିଲେ ଆମେ ସାଧାରଣତଃ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥଙ୍କର ରଥଯାତ୍ରାକୁ ବୁଝିଥାଉ, ମାତ୍ର ଏହା କେବେଠାରୁ ଆରମ୍ଭ ହେଲା ସେସମ୍ବନ୍ଧରେ ଐତିହାସିକମାନଙ୍କ ମଧ୍ୟରେ ମତଭେଦ ରହିଛି । କିଛି ଐତିହାସିକମାନେ କୁହନ୍ତି ଯେ ଏହି ରଥଯାତ୍ରାର ସମ୍ବନ୍ଧ ବୌଦ୍ଧ ଧର୍ମ ସହିତ ରହିଛି । ମାତ୍ର ସାଧାରଣ ଭାବେ ରଥଯାତ୍ରା ଯେ ହିନ୍ଦୁଧର୍ମର ଏକ ମୌଳିକ ପରିକଳ୍ପନା ଏବଂ ବିଭିନ୍ନ ଦେବାଦେବୀଙ୍କର ମଧ୍ୟ ରଥଯାତ୍ରାର ଆୟୋଜନର ବ୍ୟବସ୍ଥାମାନ ଯେ ହିନ୍ଦୁ ଧର୍ମରେ ରହିଛି, ତାହା ଅନେକଙ୍କୁ… read more »

ଶ୍ରୀକ୍ଷେତ୍ରରେ ସମୁଦ୍ର କାହିଁକି କୂଳ ଲଙ୍ଘନ କରେ ନାହିଁ

ମହୋଦଧି ବା ସମୁଦ୍ର ଉପକୂଳରେ ଅବସ୍ଥିତ ଥିବାରୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର ଅନେକ ସମୟରେ ଭୟଙ୍କର ବାତ୍ୟା ବା ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥାଏ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହିକିଯେ ଏଠାରେ ସମୁଦ୍ର କେବେହେଲେ କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରେନାହିଁ । ନିକଟରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫଣୀ’ର ପ୍ରଭାବରେ ଶ୍ରୀକ୍ଷେତ୍ର ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲେ ମଧ୍ୟ ସମୁଦ୍ରର ଜଳ କୂଳ ଲଙ୍ଘନ କରି ସହର ମଧ୍ୟକୁ ପ୍ରବେଶ କରିପାରି… read more »

Sidebar